ଓଡ଼ିଆ ନ୍ୟୁଜ୍: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଅହମଦାବାଦରେ ମୃତ୍ୟୁ ଘଟିଛି । ଗୁରୁବାର ଏହି ବିମାନଟି ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ବିମାନବନ୍ଦରରୁ ଲଣ୍ଡନ ଯାଉଥିଲା । ରୂପାଣୀ ପତ୍ନୀ ଓ ପୁଅ, ଝିଅଙ୍କୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ ।
ଗୁଜୁରାଟ ବିଜେପି ମୁଖ୍ୟ ସି.ଆର. ପାଟିଲ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ବିମାନ ଦୁର୍ଘଟଣା ବାବଦରେ ସୂଚନା ପାଇବା ପରେ ବିଜୟ ରୂପାଣୀଙ୍କ ପାଖ ପଡ଼ିଶାରେ ଏକ ଅସହଜ ନିରବତା ଖେଳି ଯାଇଥିଲା । ପଡ଼ୋଶୀମାନେ ତାଙ୍କ ଘର ପାଖରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବା ଆରମ୍ଭ କରିଦେଇଥିଲେ । ବର୍ତ୍ତମାନ ସୁଦ୍ଧା ରୂପାଣୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହି ।