ବିମାନ ଦୁଘାଟଣା, ପୂରା ପରିବାର ମୃତ

0

ଓଡ଼ିଆ ନ୍ୟୁଜ୍: ଅହମଦାବାଦ ବିମାନ ଦୁର୍ଘଟଣା  ପରେ ସ୍ତବ୍ଧ ହୋଇଯାଇଛି ପୂରା ଦେଶ। ଛାରଖାର ହୋଇଯାଇଛି ଶହ ଶହ ପରିବାର। ଏୟାର ଇଣ୍ଡିଆର ବୋଇଙ୍ଗ୍‌ ୭୮୭-୮ ଡ୍ରିମ୍‌ଲାଇନ୍‌ର ବିମାନ ‘ଏଆଇ-୧୭୧’ ବିମାନ ଦୁର୍ଘଟଣା ଘଟିଛି । ବିମାନ ଦୁର୍ଘଟଣାରେ ୨୦୪ ଜଣଙ୍କ ଜୀବନ ଯାଇଛି । ଅହମ୍ମଦାବାଦ ପୋଲିସ କମିସନର ଏନେଇ ସୂଚନା ଦେଇଛନ୍ତି ।ସେଥିରେ ଏକ ଡାକ୍ତର ପରିବାର ନିଶ୍ଚିହ୍ନ ହୋଇଛି । ରାଜସ୍ଥାନର ଏକ ଡାକ୍ତର ପରିବାର ଛାରଖାର ହୋଇଯାଇଛି।ଡାକ୍ତର ଦମ୍ପତିଙ୍କ ସହ ସେମାନଙ୍କ ୩ ପିଲାଙ୍କର ମୃତ୍ୟୁ ହୋଇଛି ।ପ୍ଲେନ୍‌ରେ ବସିବା ପରେ ଏକ ସେଲ୍ଫି ନେଇଥିଲେ । ଶେଷ ଥର ପାଇଁ ଗୋଟିଏ ଫଟୋରେ ଏକାଠି ହସିଥିଲେ । ଭବିଷ୍ୟତ ପାଇଁ ପ୍ଲାନ କରିଥିଲେ । ପିଲାଙ୍କ ପାଇଁ ସ୍ୱପ୍ନ ଦେଖିଥିଲେ ଡାକ୍ତର ଦମ୍ପତି । ସେମାନେ ହେଲେ ରାଜସ୍ଥାନ ବାଂସୱାଡାର ଡାକ୍ତର କୋମି ବ୍ୟାସ, ତାଙ୍କ ସ୍ୱାମୀ ଡାକ୍ତର ପ୍ରତୀକ ଯୋଶୀ, ଯାଆଁଳା ପୁଅ ପ୍ରଦ୍ୟୁତ୍‌ ଓ ନକୁଲ ଯୋଶୀ (୫), ଏବଂ ଝିଅ ମିରାୟା ଯୋଶୀ (୮) ।

ଉଦୟପୁର ପାସିଫିକ୍‌ ହସ୍ପିଟାଲ ଉମର୍‌ଡାର ପରିଚାଳକ କହିଛନ୍ତି, ଡାକ୍ତର କୋମି ବ୍ୟାସ ମାସେ ପୂର୍ବରୁ ସେହି ହସ୍ପିଟାଲରୁ ଚାକିରି ଛାଡ଼ି ଦେଇଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ରହିବା ଲାଗି ବିମାନରେ ଲଣ୍ଡନ ଯାଉଥିଲେ । ଏଥିପାଇଁ ହିଁ କୋମି ବ୍ୟାସ ଇସ୍ତଫା ଦେଇଥିଲେ । ତେବେ ବିମାନ ଦୁର୍ଘଟଣାରେ ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି ।

Leave A Reply

Your email address will not be published.