ପାତ୍ରପଡାରେ ସିରିଜ ଦୁର୍ଘଟଣା, 3 ଆହତ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ପାତ୍ରପଡାରେ ସିରିଜ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ ଟକ୍ର, ୩ ଆହତ ।ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ଘଟିଛି ସିରିଜ୍‌ ଦୁର୍ଘଟଣା । ପଛକୁ ପଛ ପିଟି ହେଲା ୪ ଟ୍ରକ୍‌। ଯାହାଫଳରେ ଏହି ଦୁର୍ଘଟଣାରେ ୩ ଗାଡ଼ିର ଡ୍ରାଇଭର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି ତଦନ୍ତ କରୁଛି।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ପାତ୍ରପଡା ଆଳୁ ଗୋଦାମ ନିକଟରେ ରାସ୍ତା ଉପରେ ଏକ ମିନି ଟ୍ରକ୍‌ ଖରାପ ହୋଇ ପଡ଼ି ରହିଥିଲା । ସେହି ଟ୍ରକ୍ ପଛରେ ପ୍ରଥମେ ଏକ କଣ୍ଟେନର ଧକ୍କା ହୋଇଥିଲା । କଣ୍ଟେନର ପଛକୁ ଆଉ ୨ଟି ଟ୍ରକ୍‌ ପିଟି ହୋଇଥିଲା । ଯାହାଫଳରେ ଏହି ଦୁର୍ଘଟଣାରେ ୩ ଜଣ ଡ୍ରାଇଭର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.