ଓଡ଼ିଆ ନ୍ୟୁଜ୍: ସାଙ୍ଘାତିକ ହେଉଛି ଯାଜପୁର ଝାଡାବନ୍ତି ସ୍ଥିତି। ଧର୍ମଶାଳା ତହସିଲ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ ସମସ୍ତ ଦୋକାନଗୁଡିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ପାଇଁ କଟକଣା ତହସିଲଦାର ସମିର ରଞ୍ଜନ ଦାସ କହିଛନ୍ତି। ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲା ରଖିଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି।
ଫୁଟାପାଣି ଓ ଗରମ ରନ୍ଧା ଖାଦ୍ୟ ଖାଇବା, ବାସି ଓ ପଚା ଖାଦ୍ୟ ଖାଇବା, ହାଲୋଜେନ ଟାବଲେଟ ଓ ବ୍ଲିଚିଂ ପାଉଡ଼ର ଦ୍ବାରା ବିଶୋଧିତ ଜଳ ହିଁ ବ୍ୟବହାର କରିବା ପାଇଁ ସତର୍କ ଜାରି କରାଯାଇଛି। ବିବାହ, ବ୍ରତଘର, ଜନ୍ମଦିନ, ତଥା ସମୁହ ଭୋଜିଭାତକୁ ବର୍ଜନ କରିବାକୁ ଅନୁରୋଧ କରାଯିବା ସହ ଡାଇରିଆର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ଦିଆଯାଇଛି।