ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ

0

ଓଡ଼ିଆ ନ୍ୟୁଜ୍: ପୁରୀର ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ। ୬୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଗତ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗଜପତି ମହାରାଜାଙ୍କ ସାନଭାଇ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ୬୭ ବର୍ଷ ବୟସରେ ଥାଟରାଜା ରଣାର୍ଣ୍ଣବ ଦେବଙ୍କ ହୃଦଘାତରେ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଥାଟରାଜାଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗଦ୍ୱାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।

Leave A Reply

Your email address will not be published.