ଓଡ଼ିଆ ନ୍ୟୁଜ୍: ପୁଅର ଠେଙ୍ଗାମାଡ଼ରେ ଚାଲିଗଲା ବାପାର ଜୀବନ। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ। ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା। ସୂଚନାନୁଯାୟୀ, ଗତକାଲି ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ବାପା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବଚସା ହୋଇଥିଲା।
ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ବାପା ପବନଙ୍କୁ କାଠ ଫାଳିଆରେ ଆକ୍ରମଣ କରି ହତ୍ୟା କରିଥିଲେ। ଚାଷଜମିରେ ବାପାଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୁଅ ତୁଲାରାମ ବାରିହା (୩୬)ଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।