ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ ରାଜ୍ୟରେ ଡାଇରିଆର ନୂଆ କେସ କମିଥିବା କହିଛନ୍ତି। ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ସରକାର।ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ କରାଯାଇଛି ସଚେତନ।
ରଥଯାତ୍ରା ସମୟରେ ଯେମିତି ପୁରୀକୁ ଡାଇରିଆ ନ ବ୍ୟାପିବ ତାକୁ ଗୁରୁତ୍ବ ଦିଆଯାଇଛି। ୩୮୭ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ ନିଯୁକ୍ତ କରାଯାଇଛି। ଫାଷ୍ଟ ଏଡ୍ ସେଣ୍ଟର ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।ଶ୍ରଦ୍ଧାଳୁଙ୍କୁ ଆର୍ଓ ପାଣି ଦେବାକୁ ବ୍ୟବସ୍ଥା ହୋଇଛି।ଅନ୍ୟପକ୍ଷେ ଶ୍ରଦ୍ଧାଳୁଙ୍କୁ ଆର୍ଓ ପାଣି ଦେବାକୁ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।