ଓଡ଼ିଆ ନ୍ୟୁଜ୍: ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା ଏବେ କ୍ରାଇମବ୍ରାଞ୍ଚ (ସିଏଡବ୍ଲୁ) ତଦନ୍ତ କରୁଛି। ବ୍ରହ୍ମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜ୍ରିଷ୍ଟେଟ କୋର୍ଟ (ଗ୍ରାମାଞ୍ଚଳ)ଙ୍କଠାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ ଆବେଦନ କରାଯାଇଥିବା ବେଳେ ଦୁଇଦିନିଆ ରିମାଣ୍ଡ ମଞ୍ଜୁର ହୋଇଛି। ଏହିକ୍ରମରେ କ୍ରାଇମବ୍ରାଞ୍ଚ ଟିମ ମଙ୍ଗଳବାର ଅପରାହ୍ନରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ପହଞ୍ଚି ୬ଜଣ ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ବଳୟରେ ଗୋପାଳପୁର ଅଭିମୁଖେ ନେଇଥିଲା। ଏନ୍ଏସିରେ ଥିବା ପ୍ରାଥମିକ ସାସ୍ଥ୍ୟକେନ୍ଦ୍ରରେ ୬ଜଣ ଅଭିଯୁକ୍ତଙ୍କର ସାସ୍ଥ୍ୟ ଯାଞ୍ଚ କରାଯିବା ପରେ ଗୋପାଳପୁର ଥାନାକୁ ନିଅଯାଇଥିଲା।
ସେଠାରେ କ୍ରାଇମବ୍ରାଞ୍ଚ ଟିମ୍ ଅଭିଯୁକ୍ତମାନଙ୍କୁ ଘଟଣା ସମ୍ପର୍କ ଜେରା କରିଥିବା ସୂଚନା ମିଳିଛି। ଏଥିସହ ସିଏଡବ୍ଲୁ ଆଇଜି ଏସ୍ ସଇନି ମଧ୍ୟ ଉପସ୍ଥିତ ରହି ସେମାନଙ୍କୁ ଜେରା କରିଥିବା ଜଣାପଡ଼ିଛି।କ୍ରାଇମବ୍ରାଞ୍ଚ ଘଟଣା ଘଟିବା ପୂର୍ବ ଓ ପର ପାରିପାଶ୍ବିକ ସ୍ଥିତି, ଡିଜିଟାଲ ପ୍ରମାଣପତ୍ର ଓ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଯୋଗାଡ଼ କରି ତଦନ୍ତକୁ ଆଗେଇ ନେଉଛି। କୋର୍ଟରେ ଏଗୁଡ଼ିକ ଉପସ୍ଥାପନ କରି ଅଧିକ ଗୁରୁତ୍ୱ ଦେଇଛି। ଖୁବଶୀଘ୍ର ଏହି ମାମଲାର କ୍ରାଇମବ୍ରାଞ୍ଚ ଚାର୍ଜସିଟ କୋର୍ଟରେ ଦାଖଲ କରିବ ବୋଲି ସୂଚନା ମିଳିଛି।