ଓଡ଼ିଆ ନ୍ୟୁଜ୍: କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ । ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ଏଥର ମନ୍ତ୍ରୀଙ୍କୁ ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀ ଅନୁରୋଧ କରିଥିଲେ । ତାହାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବେ ।
ଆସନ୍ତାକାଲି ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ଶେଷ ହୋଇଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରି ପାରନ୍ତି ।