ଓଡ଼ିଆ ନ୍ୟୁଜ୍: ପୁରୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀସ। ପରିବାର ରଥାରୂଢ଼ ଠାକୁରଙ୍କୁ ଦର୍ଶନ କଲେ।ଶରଧାବାଲିରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ। ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ ହୋଇଛନ୍ତି। ଗୌତମ ଆଦାନୀ ପରିବାର ସହ ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ପୁରୀ ଅଭିମୁଖେ ବାହାରିଥିଲେ ଆଦାନୀ।
ପୁରୀ ଆସି ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗୌତମ ଆଦାନୀ। ଗଣମାଧ୍ୟମକୁ ସେ କହିଛନ୍ତି, ମହାପ୍ରଭୁଙ୍କ ପାଖକୁ ଆସିବା ମୋତେ ଆଜି ସୌଭାଗ୍ୟ ମିଳିଛି। ଏହି ସୁଯୋଗ ମୋ ଜୀବନରେ ଏକ ଅନନ୍ୟ ଅନୁଭୂତି ରହିବ । ମୋ ପାଖରେ ଆଗରୁ କିଛି ନ ଥିଲା। ହେଲେ ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ସବୁ ପାଇଛି । ଲୋକଙ୍କ ଶୁଭେଚ୍ଛା ଓ ଭଗବାନଙ୍କ ଆଶୀର୍ବାଦରୁ ଆଜି ମୋ ପାଖରେ ସବୁକିଛି ଅଛି । ମହାପ୍ରଭୁଙ୍କ ନିକଟରେ ଦେଶବାସୀଙ୍କ ପ୍ରଗତି ପାଇଁ ପ୍ରାର୍ଥନା କରିଛି।