ମସ୍କୋରେ ବିମାନ ଦୁର୍ଘଟଣା, 4ମୃତ

0

ଓଡ଼ିଆ ନ୍ୟୁଜ୍: ମସ୍କୋ କ୍ଷେତ୍ରର କୋଲୋମ୍ନାରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନରେ ଥିବା ସବୁ ଯାତ୍ରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ହାଲୁକା ଟ୍ରେନିଙ୍ଗ ବିମାନ ଥିଲା। ଏଥିରେ ପ୍ରଶିକ୍ଷଣାର୍ଥୀଙ୍କ ସହିତ ୪ ଜଣ ଚାଳକ ଦଳ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। କୁହାଯାଉଛି ୟାକୋଭଲେଭ ୟାକ୍-୧୮ଟି ବିମାନଟି ଆକାଶରେ ଏରୋବେଟିକ୍ସ କରୁଥିବା ବେଳେ କ୍ରାସ୍ ହୋଇଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଫଳରେ ବିମାନଟି ଏକ ଚାଷ ଜମିରେ ଖସିପଡିଥିବା ବେଳେ ଜଳି ଯାଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିମାନର ଉଡାଣ ଅନୁମତି ନଥିଲା। ଏହା ସତ୍ତ୍ୱେ ବିମାନଟି ଉଡାଣ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଛି। ଏବେ ଏହି ଦୁର୍ଘଟଣାର ଯାଞ୍ଚ କରାଯାଉଛି। ଏହି ଦୁର୍ଘଟଣା ପାଇଁ ଦାୟି କିଏ ତାହା ତଦନ୍ତ କରାଯାଉଥିବା କୁହାଯାଇଛି।

Leave A Reply

Your email address will not be published.