ରଥଯାତ୍ରାରେ ଭିଡ ଜନିତ ଅଘଟଣ, ବଦଳିଲେ ଜିଲ୍ଲାପାଳ ଓ ଏସପି

0

ଓଡ଼ିଆ ନ୍ୟୁଜ୍: ମହାପ୍ରଭୁଙ୍କ ରଥଯାତ୍ରାରେ ଭିଡ ଜନିତ ଅଘଟଣ।ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ।ନୂଆ ଜିଲ୍ଲାପାଳ ହେଲେ ଚଞ୍ଚଲ୍ ରାଣା।ପିନାକ ମିଶ୍ରଙ୍କୁ ଏସପି ଦାୟିତ୍ବ। ପୁରୀରେ ଦଳାଚକଟା ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ଆସିଛନ୍ତି ରାଜ୍ୟ ସରକାର। ଦଳାଚକଟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ପୁରୀ ଜିଲାପାଳ ଓ ଏସପିଙ୍କୁ ବଦଳି କରିଛନ୍ତି।ବଡ଼ କାର୍ଯ୍ୟାନୁଷ୍ଠାନ ଭାବରେ ପୁରୀର ଉଭୟ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଇଛି । ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଲ୍ ରାଣାଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ନୂତନ ଏସ. ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ଵ ଦିଆ ଯାଇଛି।

ପୂର୍ବରୁ ପୁରୀ ଏସପି ଭାବରେ ବିନୀତ ଅଗ୍ରୱାଲ ଓ ଜିଲ୍ଲାପାଳ ଭାବରେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କାର୍ଯ୍ଯ କରୁଥିଲେ । ସେହିପରି DCP ବିଷ୍ଣୁ ପତି ଏବଂ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ନିଲମ୍ବିତ କରାଯାଇଛି। ବରିଷ୍ଠ IAS ଅଫିସର ଅରବିନ୍ଦ ଅଗ୍ରୱାଲଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଚ୍ଚ ଶିକ୍ଷା ବିଭାଗ ସଚିବ ଦାୟିତ୍ବ ସହ ରଥ ପରିଚାଳନା ଦାୟିତ୍ବ ତୁଲାଇବେ।

Leave A Reply

Your email address will not be published.