୩ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା

0

ଓଡ଼ିଆ ନ୍ୟୁଜ୍: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣା।ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା ରୁଜୁ।BNS ଧାରା ୩୩୩, ୧୩୨, ୧୨୧(୧), ୧୨୧(୨), ୧୦୯, ୩୫୧(୨) ଓ୬୨, ୧୪୦(୨), ୩୦୪, ୫୪, ୬୧(୨), ୧୮୯(୨), ୧୯୦, ୩(୫)ରେ ମାମଲା ରୁଜୁ। ବିଏମସି ଅଫିସ ମଧ୍ୟରେ ଆସିଷ୍ଟାଣ୍ଟ କମିଶନରଙ୍କୁ ଆକ୍ରମଣ ଅଭିଯୋଗ ରେ 3 ଯୁବକଙ୍କୁ ଗିରଫ କରାଯାଇଛି।ରିପୋର୍ଟ ଅନୁସାରେ, ଛଅ ଜଣ ଅଜଣା ଯୁବକ ସାହୁଙ୍କ ଚାମ୍ବରକୁ ଅନଧିକୃତ ଭାବେ ପ୍ରବେଶ କରି ବିନା କାରଣରେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

ଏହି ଘଟଣା ପ୍ରତିକ୍ରିୟା ରଖି ରତ୍ନାକର ସାହୁ କହିଛନ୍ତି, “ଆକ୍ରମଣକାରୀମାନେ ମୋ ପାଇଁ ଅଜଣା। ମୁଁ ଏହି ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବି ଏବଂ ଶୀଘ୍ର ଏକ ଏଫଆଇଆର ଦାଖଲ କରାଯିବ।”ପ୍ରତିବାଦରେ ବିଏମସି କର୍ମଚାରୀମାନେ ଅଫିସ ପରିସରରେ ଧାରଣା ଦେଇଥିଲେ ଏବଂ ଦିନସାରା କାମ ବନ୍ଦ ରଖିଥିଲେ। ସେମାନେ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ନାଗରିକ କର୍ମଚାରୀଙ୍କ ପାଇଁ ଉନ୍ନତ ସୁରକ୍ଷା ବ୍ୟବସ୍ଥା ଦାବି କରିଛନ୍ତି।

Leave A Reply

Your email address will not be published.