ଓଡ଼ିଆ ନ୍ୟୁଜ୍: ବିଏମ୍ସି ଆକ୍ରମଣ ଘଟଣାରେ OAS ସଂଘର ଚରମ ନିଷ୍ପତ୍ତି। ଆସନ୍ତାକାଲିଠୁ ସମୂହ ଛୁଟିରେ ଯିବାକୁ ସଂଘର ନିଷ୍ପତ୍ତି।ଘଟଣାକୁ ନିନ୍ଦା କରିବା ସହ କାଲିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି।ଏହି ଘଟଣା ସରକାରୀ ଅଧିକାରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ସୃଷ୍ଟି କରୁଛି’।ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘର ଦାବି।
ସେପଟେ ବିଏମ୍ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।ଏହାକୁ ଆମ ସରକାର ନିନ୍ଦା କରୁଛି, ବିଜେପି ନୀତି ଆଦର୍ଶର ପାର୍ଟି।ଦଳ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।