ଜୁଲାଇ ୧୧ରେ ଓଡିଶା ଆସିବେ ରାହୁଲ ଗାନ୍ଧି

0

ଓଡ଼ିଆ ନ୍ୟୁଜ୍: ଓଡିଶା ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧୀ। ଆସନ୍ତା ୧୧ ଜୁଲାଇରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ସହ କଂଗ୍ରେସ (AICC)ର ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବେ। ଏହି ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା। ଉଭୟ ନେତା ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ଯୋଗଦେବେ।

ଗତ କିଛି ଦିନ ହେବ ରାହୁଲ ଗାନ୍ଧି ଓଡ଼ିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ସୋସିଆଲ ମିଡିଆ ଓ ଜାତୀୟ ମଞ୍ଚରେ ନିଜର ମତ ପ୍ରକାଶ କରୁଛନ୍ତି। ନିକଟରେ ଗଞ୍ଜାମରେ ଦୁଇ ଦଳିତଙ୍କ ଉପରେ ହୋଇଥିବା ଅତ୍ୟାଚାର ଏବଂ ପୁରୀ ରଥଯାତ୍ରା ସମୟରେ ବିଶୃଙ୍ଖଳା ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ରାଜ୍ୟରେ ଭାଜପା ସରକାର କ୍ଷମତାରେ ଥିବାରୁ ଏହି ଗସ୍ତ ସମୟରେ ରାହୁଲ ଭାଜପା ସରକାରଙ୍କ ନୀତି ଓ କାର୍ଯ୍ୟକୁ ନେଇ ତୀବ୍ର ସମାଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି।

ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏହି ସମାବେଶ ଓଡ଼ିଶା କଂଗ୍ରେସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେବ। ରାଜ୍ୟରେ ସମ୍ପ୍ରତି କଂଗ୍ରେସ ବିଧାନସଭା ନିର୍ବାଚନରେ ଦୁର୍ବଳ ପ୍ରଦର୍ଶନ କରିଥିବାରୁ ଏହି ସମାବେଶ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ଆଗାମୀ ଦିନରେ ରାଜନୈତିକ ରଣନୀତିକୁ ଶକ୍ତିଶାଳୀ କରିବାରେ ସହାୟକ ହେବ। ରାହୁଲ ଓ ଖଡ୍‌ଗେଙ୍କ ଉପସ୍ଥିତି ରାଜ୍ୟରେ କଂଗ୍ରେସର ସଙ୍ଗଠନକୁ ପୁନର୍ଜାଗ୍ରତ କରିବାରେ ଏକ ସହାୟକ ହେବ ବୋଲି ଦଳୀୟ ନେତାମାନେ ଆଶାବାଦୀ।

Leave A Reply

Your email address will not be published.