ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡିଶାରେ ବନ୍ୟା ସ୍ଥିତି କମୁଛି କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କମୁନି । ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକାରେ ଜଳସ୍ତର ବଢ଼ିଥିଲା । ଏବେ ତାହା ଆସ୍ତେ ଆସ୍ତେ ଖସୁଛି । ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଅଛି । କିନ୍ତୁ ତଳିଆ ଅଞ୍ଚଳରେ ଏବେ ବି ପାଣି ପଶିଛି । ଲୋକେ ଦୁର୍ଦ୍ଦିନରେ ଅଛନ୍ତି । ବୈତରଣୀ ନଦୀରେ କିଛି ପାଣି ଆସିଛି । ଏହାସହ ଯାଜପୁରର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖାଦେଇଛି ।ସୁବର୍ଣ୍ଣରେଖା ନଦୀରେ ପାଣି କମୁଥିଲେ ବି ଏହା ସଂଲଗ୍ନ ଗାଁ ଗୁଡ଼ିକରେ କିନ୍ତୁ ଲୋକ ଦୁର୍ଦ୍ଦିନରେ ଅଛନ୍ତି ।
ନଦୀବନ୍ଧ ଭିତରପଟ ୪ଟି ପଞ୍ଚାୟତରେ ପାଣି ବଢ଼ୁଛି । ଗବଗାଁ, କୁସୁଡା ଓ ନାଥିନ୍ଦା ପଞ୍ଚାୟତର ବିଭିନ୍ନ ଗାଁର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ନଦୀ ବାହାରପଟ କୁମ୍ଭୀରଗଡି ପଞ୍ଚାୟତରେ ପାଣି କମୁଛି । ବାଲିଆପାଳ ବ୍ଲକରେ ୬ ପଞ୍ଚାୟତର ୪୦ ଗାଁ ପାଣିଘେରରେ ଅଛି । ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି । ସେହିଭଳି ଜଳକା ନଦୀରେ ପାଣି କମିଛି, ଜଳସ୍ତର ବିପଦ ସଙ୍କେତ ତଳେ ଅଛି । କିନ୍ତୁ ବସ୍ତା ବ୍ଲକର ପାଖାପାଖି୧୫ ଗାଁ ଏବେ ବି ପାଣି ଘେରରେ ଅଛି ।