ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ କମ୍ୟୁନିଷ୍ଟ ପାର୍ଟିର ବିକ୍ଷୋଭ, ଦର ନକମାଇଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ସାରା ଦେଶରେ ପେଟ୍ରୋଲିମ ଜାତ ଦ୍ରବ୍ୟ ଯଥା ରନ୍ଧନ ଗ୍ୟାସ, ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ବିରୁଦ୍ଧରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ(ଏମ ) ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନର ଆହ୍ୱାନ ଦିଆଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ କମିଟି ଏହି ବିକ୍ଷୋଭ ଆନ୍ଦୋଳନରେ ସାମିଲ ହୋଇ ସହରର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପ ସମ୍ମୁଖରେ ସି ପି ଆଇ ଏମ୍ ପାର୍ଟି ଆଞ୍ଚଳିକ କମିଟି ର ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକ , ଗଣତାନ୍ତ୍ରିକ ଯୁବ ଫେଡରେସନ ର ରାଜ୍ୟ ସଭାପତି ଶ୍ରୀ ଯତୀନ ମହାନ୍ତି, ସମ୍ପାଦକ ଶ୍ରୀ ସରୋଜ ନାୟକ, ନରିନେତ୍ରୀ ଶ୍ରୀମତୀ ମିନତୀ ପାଣିଗ୍ରାହୀ, ବିମଳି ନାୟକ, ଶ୍ରମିକ ନେତା ଶ୍ରୀ ପୂର୍ଣ ଚନ୍ଦ୍ର ପାଢି, ପ୍ରଭାତ ପାଣିଗ୍ରାହୀ, ସୁରେଶ ରାଉତରାୟ, ଏକାଦଶୀ ବେହେରା, ବସନ୍ତ ସାହୁ, ଆମ୍ବୁଜ ନାଥ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନ ରେ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ବକ୍ତାମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସରକାର ରୁଷ ଠାରୁ ଆନ୍ତର୍ଯାତି କ ବଜାର ଅପେକ୍ଷା ଢେର ଶସ୍ତାରେ କିଣି ଦେଶରେ ଏତେ ଦାମ ରେ କାହା ସ୍ୱାର୍ଥରେ ବିକ୍ରିକରୁଛନ୍ତି। ଉତ୍ତର ପ୍ରଦେଶ ନିର୍ବାଚନ ପରେ ଦଶ ଦିନ ମଧ୍ୟରେ ନଅ ଥର ପେଟ୍ରୋଲ , ଡିଜେଲ ର ଦାମ ବଢ଼ିସାରିଲାଣି। ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଏଥି ଯୋଗୁଁ ପ୍ରତ୍ୟେକ ଅତ୍ୟାବଶ୍ୟକ ଦ୍ରବ୍ୟର ଦାମ ବଢିଚାଲିଛି । ଏ କଣ ମୋଦିଙ୍କର ଆଛା ଦିନ। ଜନସାଧାରଣ ଏହାର ଜବାବ ମାଗିବା ଦରକାର। ଏକ ଲିଟର ପିଛା ୬୦ ଟଙ୍କା କର ଆଦାୟ କରୁଛନ୍ତି ସରକାର। ସେ ଟଙ୍କାକୁ ନେଇ ନିଜ ରାଜନୈତିକ ସ୍ୱାର୍ଥ ହାସଲ କରିଛନ୍ତି। ଏହି ଜନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ଜନସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବେ ସି ପି ଏମ୍ ପାର୍ଟି ଲଢେ଼ଇ ଜାରି ରଖିବ।

Leave A Reply

Your email address will not be published.