ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ମହାବାହୁଙ୍କ ସନ୍ଧ୍ୟା ଦର୍ଶନ।ଆଡ଼ପମଣ୍ଡପରେ ସରିଯିବ ମହାପ୍ରଭୁଙ୍କ ଳୀଳାଖେଳା । ଚାଲିଛି ଶୃଙ୍ଖଳିତ ଦର୍ଶନ । ସେପଟେ ବାହୁଡାଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ସମସ୍ତ ନୀତିକାନ୍ତି ଉପରେ ଦିଆଯାଇଛି ଗୁରୁତ୍ୱ । ସନ୍ଧ୍ୟା ଦର୍ଶନ ପାଇଁ ସରିଛି ପ୍ରସ୍ତୁତି । ଦିନକ ପରେ ଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ। ଆସନ୍ତାକାଲି ସନ୍ଧ୍ୟା ଦର୍ଶନ । ଆଉ ଚଳିତବର୍ଷ ପାଇଁ ଭକ୍ତ ପାଇବେ ଶେଷ ଆଡପ ଅବଢ଼ା ।
ଯଦି ନୀତିକାନ୍ତି ଶୃଙ୍ଖଳିତ ହୁଏ ଆସନ୍ତାକାଲି ଶୀଘ୍ର ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ନବମୀ ସନ୍ଧ୍ୟା ଦର୍ଶନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଆଗରେ ହୋଇଥିବା ବ୍ୟାରିକେଡ଼ ସମ୍ପ୍ରସାରଣ କରାଯାଇଛି । ଗହଳି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସେଡ୍ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନର ବ୍ୟବସ୍ଥା କରାଯିବ । ଆଜି ଉଭୟ ଜିଲ୍ଲାପାଳ ଓ ଏସପି ସ୍ଥିତି ଅନୁଧ୍ୟାନ କରିଛନ୍ତି।