ଓଡ଼ିଆ ନ୍ୟୁଜ୍: ଏଜବାଷ୍ଟନ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଭାରତ ୧୮୦ ରନରେ ଆଗୁଆ।ଇଂଲଣ୍ଡର ପ୍ରଥମ ଇନିଂସ ୪୦୭ରେ ଅଲଆଉଟ।ଜେମି ସ୍ମିଥ ଓ ହ୍ୟାରି ବ୍ରୁକଙ୍କ ଶତକ।ମହମ୍ମଦ ସିରାଜଙ୍କୁ ୬, ଆକାଶ ଦୀପଙ୍କୁ ୪ ୱିକେଟ ସଫଳତା।ବର୍ମିଂହାମ ଟେଷ୍ଟରେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୪୦୭ ରନ କରି ଅଲଆଉଟ ହୋଇଯାଇଛି । ଏହା ଫଳରେ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଆଗୁଆ ରହିଛି ।ଇଂଲଣ୍ଡ ଦଳ ପକ୍ଷରୁ ୬ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରିନଥିବାବେଳେ କେବଳ ଦୁଇଜଣ ବ୍ୟାଟ୍ସମ୍ୟାନ- ହ୍ୟାରୀ ବ୍ରୁକ ଓ ଜେମି ସ୍ମିଥ ସାହସର ସହ ଭାରତୀୟ ବୋଲରଙ୍କ ମୁକାବିଲା କରିଥିଲେ ଦଳକୁ ଫଲୋ-ଅନ ହେବାରୁ ରକ୍ଷା କରିଥିଲେ । ବ୍ରୁକ ୧୫୮ ରନ ଓ ସ୍ମିଥ ୧୮୪ ରନ କରିଥିଲେ ।
ଭାରତ ପକ୍ଷରୁ ମହମ୍ମଦ ସିରାଜ ୬ଟି ଓ ଆକାଶ ଦୀପ ୪ଟି ଓ୍ବିକେଟ ନେଇଥିଲେ । ସର୍ବଶେଷ ସୂଚନା ଅନୁସାରେ ଭାରତ ନିଜର ୨ୟ ଇନିଂସ ବ୍ୟାଟିଂ ଆରମ୍ଭ କରିଛି ଓ କୌଣସି ଓ୍ବିକେଟ ନ ହରାଇ ୨୦ ରନ କରିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ନିଜର ପ୍ରଥମ ଇନିଂସରେ ୫୮୭ ରନ କରିଥିଲା । ଦଳ ପକ୍ଷରୁ ଶୁବମନ ଗିଲ ୨୬୯ ରନ କରିଥିବାବେଳେ ରବୀନ୍ଦ୍ର ଜାଦେଜା ୮୯ ରନ ଓ ଯଶସ୍ବୀ ଜୟସ୍ବାଲ ୮୭ ରନ କରିଥିଲେ ।