ଆଇଇଡି ବ୍ଲାଷ୍ଟରେ ଜୀବନ ହାରିଲା ଆହତ ହାତୀ

0

ଓଡ଼ିଆ ନ୍ୟୁଜ୍: ଆଇଇଡି ବ୍ଲାଷ୍ଟରେ ପ୍ରାଣ ହରେଇଲା ହାତୀ।ଝାଡ଼ଖଣ୍ଡ-ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡା ଜଙ୍ଗଲରେ ଏକ ହାତୀ ଶାବକକୁ ଗୁରୁତର ଅବସ୍ଥାରେ ଠାବ କରାଯାଇଥିଲା। ଗତ ଜୁନ୍‌ ୨୭ ତାରିଖରେ ଜଙ୍ଗଲ ସୁରକ୍ଷା ପାଇଁ ନିୟୋଜିତ ଡ୍ରୋନ୍‌ ସର୍ବେକ୍ଷଣରେ ଉକ୍ତ ହାତୀ ଏକ ନାଳ ନିକଟରେ ନିଜ କ୍ଷତିଗ୍ରସ୍ତ ପଛ ବାମ ଗୋଡରେ ପାଣି ଛାଟୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗର ୬ଟି ଦଳ ଉକ୍ତ ହାତୀକୁ ଠାବ କରିବାକୁ ପ୍ରୟାସ ଆରମ୍ଭ କରିଥିଲେ।

ଶନିବାର ସନ୍ଧ୍ୟାରେ ସରଣ୍ଡା ଡିଏଫ୍‌ଓ ଅଭିରୂପ ସିହ୍ନାଙ୍କ ନେତୃତ୍ୱରେ ପଶ୍ଚିମ ସିଂହଭୂମ, ରାଉରକେଲା, କେନ୍ଦୁଝର ବନ ବିଭାଗ ତଥା ଗୁଜୁରାଟ ଜାମନଗର ବନତାରା ବିଶେଷଜ୍ଞ ଟିମ୍‌ ଆହତ ହାତୀକୁ ଠାବ କରିଥିଲେ। ପରେ ଟ୍ରାଙ୍କୁଲାଇଜ କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ଶାବକର ମୃତ୍ୟୁ ଘଟିଛି। ହାତୀ ଶାବକର ଗୋଡ଼ ବିସ୍ଫୋରଣରେ ଛିଣ୍ଡିିଯାଇଥିବା ଦେଖାଯାଇଛି।ଝାଡ଼ଖଣ୍ଡରେ ମୃତଦେହ ବ୍ୟବଚ୍ଛେଦ ପରେ ରବିବାର ପୋତି ଦିଆଯାଇଛି। ସୂଚନାଯୋଗ୍ୟ, ମାଓବାଦୀମାନଙ୍କ ଦ୍ୱାରା ଖଞ୍ଜାଯାଇଥିବା ଆଇଇଡି ବିସ୍ଫୋରଣରେ ହାତୀଟି କୁଆଡେ ଆହତ ହୋଇ ଜଙ୍ଗଲରେ ବୁଲୁଥିଲା। ଗତ ୨୭ ତାରିଖରେ ଡ୍ରୋନ୍‌ ସର୍ଭେ ବେଳେ ଏହି ଘଟଣା ପଦାକୁ ଆସିଥିଲା।

Leave A Reply

Your email address will not be published.