ଓଡ଼ିଆ ନ୍ୟୁଜ୍: ଆଜି ରଥ ଉପରେ ସଂପନ୍ନ ହେବ ଅଧରପଣା ନୀତି । ଠାକୁରଙ୍କ ଅଧର ଉଚ୍ଚର ହାଣ୍ଡିରେ ପଣା ଅର୍ପଣ କରାଯିବ । ପାର୍ଶ୍ବ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ଶାନ୍ତି ଅର୍ପଣ ପଣା କରାଯାଏ । ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗା ଯିବାର ବିଧି ରହିଛି । ଛେନା, କ୍ଷୀର, ସର, କଦଳୀ ଅନ୍ୟ ଦ୍ରବ୍ୟରେ ପ୍ରସ୍ତୁତ କରାଯିବ ପଣାମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ ଓ ଚଣ୍ଡୀ ଚାମୁଣ୍ଡା ।
ଦ୍ବାଦଶୀ ତିଥିରେ ଶ୍ରୀବିଗ୍ରହଙ୍କ ଅଧର ଛୁଉଁଥିବା ତୁମ୍ଭାକାର ମାଟିହାଣ୍ଡିରେ ପଣା ଭୋଗ ପରେ ଅଶରୀରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ହେବ ।ମହାପ୍ରଭୁଙ୍କ ଅଧର ସ୍ପର୍ଶ କରୁଥିବାରୁ ଏହି ପଣାକୁ ଭକ୍ତମାନେ ମଧ୍ୟ ପ୍ରସାଦ ଭାବେ ପାଇଥାଆନ୍ତି । ରଥାରୂଢ଼ ଶ୍ରୀବିଗ୍ରମାନଙ୍କ ଅଧର ପର୍ଯ୍ୟନ୍ତ ହାଣ୍ଡିରେ ପଣା ଭର୍ତ୍ତି ହେଉଥିବାରୁ ଏହାକୁ ଅଧରପଣା କୁହାଯାଏ ବୋଲି ଗବେଷକମାନେ ମତ ଦିଅନ୍ତି ।