ଓଡ଼ିଆ ନ୍ୟୁଜ୍: ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି।୯ଟି ହାଣ୍ଡିରେ ପଣା କରାଯାଇ ଶ୍ରୀଜିଉଙ୍କୁ ଲାଗି ହେଲା।ଲାଗି ପରେ ଅଶରୀରୀଙ୍କ ତୃପ୍ତି ପାଇଁ ଭଙ୍ଗାଗଲା ହାଣ୍ଡି।ଦର୍ଶନ ସହ ମୁକ୍ତି ପାଇଁ ଘୁରି ବୁଲୁଥାନ୍ତି ଚଣ୍ଡୀଚାମୁଣ୍ଡା।ତୃପ୍ତ କରିବା ପାଇଁ ରଥାରୁଢ଼ ଶ୍ରୀବିଗ୍ରହଙ୍କ ପାଖରେ ଲାଗିହେଲାରଥାରୁଢ଼ ଶ୍ରୀଜିଉମାନଙ୍କ ଠାରେ ଆଜି ଅଧରପଣା ଲାଗି ହୋଇଛି। ପ୍ରଥମେ ବଡ଼ଠାକୁରଙ୍କ ଠାରେ ଏହି ନୀତିର ଆୟୋଜନ କରାଯାଇଛି। ତାପରେ ଦେବୀ ସଭଦ୍ରାଙ୍କ ଠାରେ ଅଧରପଣା ଲାଗି ହୋଇଛି। ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅଧରପଣା ନୀତିର ଆୟୋଜନ କରାଯାଇଛି। ଅଧରପଣା ଲାଗି ପରେ ତିନି ରଥ ଉପରେ ହାଣ୍ଡି ଭଙ୍ଗାଯାଇଛି।
ଘୋଷଯାତ୍ରାର ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଶ୍ରୀଜିଉମାନେ ମଙ୍ଗଳବାର ସନ୍ଧ୍ୟାରେ ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହ ରଥ ଉପରୁ ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନ ସିଂହାସନକୁ ବିଜେ କରିବେ। ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ବ୍ରହ୍ମାଣ୍ଡଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ଅଧରପଣା ନୀତି ଶେଷ ପରେ ଆସନ୍ତାକାଲିର ନୀତି ଆରମ୍ଭ ହେବ। ଶ୍ରୀମନ୍ଦିର ପ୍ରଶାସନ ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି।