ନନ୍ଦନକାନନରେ ସନ୍ତାନ ପ୍ରସବ କଲା ଗୟଳ

0

ଓଡ଼ିଆ ନ୍ୟୁଜ୍: ନନ୍ଦନକାନରେ ଜନ୍ମନେଲା ନୂଆ ଅତିଥି।ନନ୍ଦନକାନନ ପ୍ରାଣୀଉଦ୍ୟାନର ୪୨ ନମ୍ବର ଏନ୍‌କ୍ଲୋଜରରେ ରହୁଥିବା ଗୟଳ ବୁଧବାର ସନ୍ଧ୍ୟାରେ ଏକ ଛୁଆକୁ ଜନ୍ମ ଦେଇଛି। ୨୦୨୪ ଜୁନ୍‌ ୫ରେ ଗୟଳ ଶେଷ ଥରପାଇଁ ଜନ୍ମ ଦେଇଥିଲା। ଏହି ନବଜାତ ଛୁଆର ବାପା ଏବଂ ମା’ ଉଭୟ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ନଭେମ୍ବର ୨୦୨୪ରେ ଏମାନଙ୍କ ମିଳନ ହୋଇଥିଲା। ଏହି ନବଜାତକର ଜନ୍ମପରେ ଚିଡ଼ିଆଖାନାରେ ମୋଟ୍‌ ଗୟଳସଂଖ୍ୟା ୭ରେ ପହଞ୍ଚିଛି।

ସେଥିମଧ୍ୟରୁ ୩ ପୁରୁଷ, ୩ ମାଈ ଏବଂ ୧ ଛୁଆ ଥିବାର ଜଣାପଡ଼ିଛି। ଗାଈ ପ୍ରଜାତି ମଧ୍ୟରେ ଗୟଳ ହେଉଛି ସର୍ବବୃହତ । ଏହାର ମାଂସପେଶୀର ଗଠନ, ଉତ୍ତଳ କପାଳଧାର ଏବଂ ଗୋଡ଼ରେ ହାଲୁକା ରଙ୍ଗ ଯୋଗୁ ସେ ଗୟଳ ଭାବେ ବେଶ୍‌ ପରିଚିତ। ଜଙ୍ଗଲ ପରିସଂସ୍ଥାକୁ ବଜାୟ ରଖିବାରେ ତୃଣଭୋଜି ପ୍ରାଣୀ ଗୟଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନୂଆଦିଲ୍ଲୀ କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣର ସଂରକ୍ଷଣ ପ୍ରଜନନ କାର୍ଯ୍ୟକ୍ରମ ଅଧୀନରେ ମୈସୁରର ଶ୍ରୀଚାମରାଜେନ୍ଦ୍ର ପ୍ରାଣୀଉଦ୍ୟାନ, ଚେନ୍ନାଇର ଆରିଗନାର ଆନ୍ନା ପ୍ରାଣୀଉଦ୍ୟାନ ଏବଂ ଗୋଆର ବୋଣ୍ଡଲା ଚିଡ଼ିଆଖାନା ତରଫରୁ ଏମାନଙ୍କ ସଫଳ ପ୍ରଜଜନ ଓ ସଂରକ୍ଷଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସନତ କୁମାର ନାରାୟଣ।

Leave A Reply

Your email address will not be published.