ଅଦାନୀଙ୍କ ପାଇଁ ଅଟକିଥିଲା ରଥ ଟଣା: ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ୍: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମ୍ବିଧାନ ବଞ୍ଚାଅ ସମାବେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ରଥଯାତ୍ରା ଅଘଟଣକୁ ନେଇ ସରକାର ଅଦାନୀ ଭଳି ଉଦ୍ୟୋଗପତିଙ୍କ ସ୍ୱାର୍ଥ ପାଇଁ କାମ କରୁଛନ୍ତି। ରାହୁଲ କହିଛନ୍ତି, “ଏହା ଆପଣଙ୍କ ସରକାର ନୁହେଁ, ଅଦାନୀଙ୍କ ସରକାର। ରଥଯାତ୍ରା ସମୟରେ ଅଦାନୀଙ୍କ ପାଇଁ ରଥକୁ ରୋକାଯାଉଛି।”

ଓଡ଼ିଶାରେ ୪୦ ହଜାରରୁ ଅଧିକ ମହିଳା ଗାଏବ ହୋଇଥିବା ଅଭିଯୋଗ କରି ରାହୁଲ କହିଛନ୍ତି, “ଏମାନେ କୁଆଡ଼େ ଗଲେ, କେହି ଜାଣିନାହାନ୍ତି। ମହିଳାଙ୍କୁ ଦୁଷ୍କର୍ମର ଶିକାର ହେବାକୁ ପଡୁଛି, କିନ୍ତୁ ସରକାର ନୀରବ ରହିଛନ୍ତି।” ସେ ଆହୁରି କହିଛନ୍ତି ଯେ ସରକାର ଗରିବଙ୍କୁ ଲୁଟୁଛନ୍ତି ଏବଂ ବିଜେପି ପୂରା ଦେଶରେ ସମ୍ବିଧାନ ଉପରେ ଆକ୍ରମଣ କରୁଛି।

Leave A Reply

Your email address will not be published.