ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ:ବିରଞ୍ଚି ତ୍ରିପାଠୀ

0

ଓଡ଼ିଆ ନ୍ୟୁଜ୍: ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଉପରେ ବର୍ଷିଛି ଭାଜପା। ଏହା ସମ୍ବିଧାନ ବଞ୍ଚାଓ ଅଭିଯାନ ନୁହେଁ, କଂଗ୍ରେସ ବଞ୍ଚାଅ ଅଭିଯାନ ବୋଲି ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ରାଜ୍ୟରେ କଂଗ୍ରେସ ଆଜି ବି ହତାଶା ଭିତରେ ରହିଛି। ସାଧାରଣ ଲୋକଙ୍କଠାରୁ ଦୂରେଇ ଯାଇଛି। କଂଗ୍ରେସ ଗଣତନ୍ତ୍ରର କଥା କହିବା, ନିଜେ କାଚଘରେ ରହି ଅନ୍ୟକୁ ପଥର ଫୋପାଡିବା ସହ ସମାନ ବୋଲି ଭାଜପା ନେତା ପ୍ରକାଶ କରିଛନ୍ତି।

ଗଣତନ୍ତ୍ରକୁ ହତ୍ୟା କରିଛି କଂଗ୍ରେସ। ତାଙ୍କ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ। ନେହେରୁଙ୍କ ସମୟରେ ବାପା-ଝିଅ ଓ ଇନ୍ଦିରା ଗାନ୍ଧୀଙ୍କ ସମୟରେ ମା’, ପୁଅ ଏବଂ ଏବେ ମା’-ପୁଅ-ଝିଅ-ଜ୍ୱାଇଁଙ୍କ ଦଳ ବୋଲି ଭାଜପା ନେତା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.