ଛାତ୍ରୀ ଆତ୍ମାହୂତି ଘଟଣା: FM କଲେଜ ପ୍ରିନ୍ସିପାଲ-ଏଜୁକେସନ ବିଭାଗ HOD ସସ୍‌ପେଣ୍ଡ

0

ଓଡ଼ିଆ ନ୍ୟୁଜ୍: FM କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ପ୍ରିନ୍ସିପାଲ ଓ ଶିକ୍ଷା ବିଭାଗ ଏଚ୍‌ଓଡି ଙ୍କୁ ନିଲମ୍ବନ କରାଯାଇଛି। ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ, ଏଚ୍‌ଓଡି ସମୀର ସାହୁଙ୍କୁ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରଛି। କାର୍ଯ୍ୟାନୁଷ୍ଠାନ ବାବଦରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ସୂଚନା ଦେଇଛନ୍ତି।

ସୂଚନା ମୁତାବକ ପାଖାପାଖି ଛଅ ମାସ ତଳେ ଅଧ୍ୟାପକ ଜଣକ ଛାତ୍ରୀଙ୍କ ଠାରୁ ଶାରୀରିକ ପ୍ରାପ୍ୟ ଆଶା କରିଥିଲେ। ମାତ୍ର ଛାତ୍ରୀ ଜଣକ ଅସ୍ବୀକାର କରିବାରୁ ଅଧ୍ୟାପକ ସମୀର ସାହୁ ଛାତ୍ରୀ ଜଣଙ୍କୁ ପ୍ରଥମେ କ୍ଲାସ ଅନୁପସ୍ଥିିତିକୁ କେନ୍ଦ୍ରକରି ଫେଲ୍ କରିଦେବାର ଧମକ ଦେଇଥିଲେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନର କିଛି ଘଟଣାବଳୀକୁ ତାଙ୍କ ପିତାମାତାଙ୍କୁ ଫୋନ ସାହାଯ୍ୟରେ ଜଣାଇଥିଲେ। ଯାହାକି ସମ୍ପୂର୍ଣ୍ଣ ରୂପେ ଅଯୌକ୍ତିକ ଥିଲା। ଛାତ୍ରୀ ଜଣକ ଆତ୍ମରକ୍ଷା ପ୍ରଶିକ୍ଷଣରେ ଜଣେ ତାଲିମ ପ୍ରାପ୍ତ ଟ୍ରେନର। ସରକାରୀ ପ୍ରଶିକ୍ଷଣ ଶିବିର ଏବଂ ନିଜର ବ୍ୟକ୍ତିଗତ କାରଣରୁ ବହୁ ସମୟରେ ଅନୁପସ୍ଥିତ ରୁହନ୍ତି।

ଏହି ସୁଯୋଗର ଫାଇଦା ଉଠାଇ ବାରମ୍ବାର ଛାତ୍ରୀ ଜଣକୁ ଅପମାନ କରିବା ସହ ଦୀର୍ଘ ମାସ ଧରି ନିର୍ଯାତନା ଦେଇ ଆସୁଥିଲେ । ଏଥିରେ ଅତିଷ୍ଠ ହୋଇ ଛାତ୍ରୀ ଜଣକ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲେ ।ଏ ନେଇ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷ ଓ ସହଦେଵଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏକ କମିଟି ଗଠନ କରାଯାଇ ଘଟଣାର ତଦନ୍ତଭାର ଦିଆଯାଇଥିଲେହେଁ ଏଯାବତ ଛାତ୍ରୀଙ୍କୁ ନ୍ୟାୟ ମିଳିନଥିଲା ।

Leave A Reply

Your email address will not be published.