ଓଡିଶାରେ ବନ୍ୟାଜନିତ ସ୍ଥିତି ସୃଷ୍ଟି ହୋଇପାରେ: IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ IMDର ଆକଳନ। ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ IMD ଆକଳନ କରିଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ ବୋଲି ସୋମବାର ଆକଳନ କରିଛନ୍ତି। ଅବପାତ ଜନିତ ବର୍ଷା ବନ୍ୟା ସ୍ଥିତି ଆଣିପାରେ ବୋଲି IMD ଡିଜି ଗଣମାଧ୍ୟମକୁ କହିଛନ୍ତି।

ଆଜି ଉତ୍ତର ଓଡ଼ିଶା ସାଙ୍ଗକୁ ମଙ୍ଗଳବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି IMD ଡିଜି ପୂର୍ବନୁମାନ କରିଛନ୍ତି। ଏପରିକି କେତୋଟି ସ୍ଥାନରେ ୨୦ ସେମି ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛନ୍ତି।ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବ । ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ମଧ୍ୟ ବର୍ଷା ହେବ।ଉପକୂଳରେ ପାରାଦୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ। ସମୁଦ୍ର ଅଶାନ୍ତ ରହିଛି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା। ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କିମି ବେଗରେ ପବନ ସମ୍ଭାବନା

Leave A Reply

Your email address will not be published.