ବଜ୍ରାଘାତରେ ଗଲା ଚାଷୀଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ୍: ବଜ୍ରାଘାତରେ ଗଲା ଚାଷୀଙ୍କ ଜୀବନ। ନୂଆପଡା ଥାନା ସାଇପଲା ଗାଁ ନିକଟ ବହଲଡ଼ିହି ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ବହଲଡ଼ିହି ଗାଁର ଭରତ ଲୋହା।ଆଜି ସକାଳେ ବହଲଡ଼ିହି ଗାଁର ଭରତ ଓ ସ୍ତ୍ରୀ ଶୁଶିଳା ଦୁଇ ଜଣ ଛୁଆଙ୍କ ସହ ଚାଷ କାମ ପାଇଁ ଚାଷଜମିକୁ ଯାଇଥିଲେ। ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।

ଏହି ସମୟରେ ବଜ୍ରାଘାତ ହେବାରୁ ଭରତ ଚାଷ ଜମିପାଣିରେ ଟଳି ପଡ଼ିଥିଲେ। ପରିବାର ଲୋକେ ଆମ୍ବୁଲାନ୍ସ ସାହାଯ୍ୟରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏଠି ଭରତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.