FM ଛାତ୍ରୀ ମୃତ୍ୟୁ ଘଟଣା, ଭୋଗରାଇ ଥାନାରେ FIR

0

ଓଡ଼ିଆ ନ୍ୟୁଜ୍: ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାରେ ଭୋଗରାଇ ଥାନାରେ ଏତଲା। ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ (FM କଲେଜ)ର ଜଣେ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ଘଟଣାରେ ମୃତ ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ଏକ ଏତଲା (FIR) ଦାଖଲ କରିଛନ୍ତି, ଯେଉଁଥିରେ ସୋସିଆଲ ମିଡିଆରେ ଅପପ୍ରଚାର ଏବଂ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହୀନ ଉଦ୍ୟମ ଚାଲିଥିବା ଅଭିଯୋଗ କରାଯାଇଛି।

ଏତଲାରେ ମୃତ ଛାତ୍ରୀଙ୍କ ଭାଇ ଦର୍ଶାଇଛନ୍ତି ଯେ, ୪ ଜଣଙ୍କ ନାମ ସହ ଆଉ କେତେକ ବ୍ୟକ୍ତି ଏହି ଘଟଣାରେ ସମ୍ପୃକ୍ତ ରହିଛେ। ସେ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ସହ ଡିଲ କରି ଟଙ୍କା ନେଇ କେତେକ ଲୋକ ମୃତ ଭଉଣୀଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଓ କୁତ୍ସାରଟନା କରୁଛନ୍ତି।

Leave A Reply

Your email address will not be published.