ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ଛାତ୍ରୀ, ଅଧ୍ୟାପିକା କ୍ୟାମ୍ପସ୍ ଛାଡ଼

0

ଓଡ଼ିଆ ନ୍ୟୁଜ୍: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଛାତ୍ରୀ, ଅଧ୍ୟାପିକାଙ୍କ ପାଇଁ କଟକଣା।ସନ୍ଧ୍ୟା ସାଢ଼େ ୫ଟା ପୂର୍ବରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ।ମହିଳା କର୍ମଚାରୀ, ଅଧ୍ୟାପିକା ଓ ଛାତ୍ରୀମାନଙ୍କ ପାଇଁ କଟକଣାବାଲେଶ୍ୱରର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଘଟଣାକୁ ନେଇ ରାଜ୍ୟବାସୀ ସ୍ତବ୍ଧ ହୋଇଯାଇଛନ୍ତି।

ଏହି ସମୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ବଡ଼ ନିଷ୍ପତ୍ତି ନେଇଛି। ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ ରେଭେନ୍ସା କ୍ୟାମ୍ପସ ମନା କରାଯାଇଛି। ନୂଆ କଟକଣା ଲଗାଇଲା ରେଭେନ୍ସା ବିଶ୍ବବିଦ୍ୟାଳୟ। ମହିଳା କର୍ମଚାରୀ ଓ ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି ନିଆଯାଇଛି। SoP ଜାରି ନହେବା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ।

ଏଫଏମ କଲେଜ ଅଘଟଣ ପରେ ଗଣଶିକ୍ଷା ବିଭାଗ ତତ୍ପରତା ଦେଖାଇଛି। ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ କମିଟି (ICC) ଗଠନ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟରେ ICC ଗଠନ କରିବାକୁ ନିର୍ଦ୍ଦେଶ ହୋଇଛି।

Leave A Reply

Your email address will not be published.