ଛାତ୍ରୀଙ୍କୁ ନିଆଁ ଲଗାଈଦେଲେ ୩ ଜଣ ଦୁବୃର୍ତ୍ତ

0

ଓଡ଼ିଆ ନ୍ୟୁଜ୍: ନିମାପଡା ବଳଙ୍ଗା ବାଇଆବର ଅଞ୍ଚଳରର ଯୁକ୍ତ ୨ ଛାତ୍ରୀ ଙ୍କୁ ନିଆଁ ଲଗାଈଦେଲେ ୩ ଜଣ ଦୁବୃର୍ତ୍ତ । ଚାଲି ଚାଲି ସାଙ୍ଗ ଘରକୁ ଯାଉଥିବା ସମୟରେ ବାଟରେ ୩ ଜଣ ଯୁବକ ଛାତ୍ରୀଙ୍କୁ ନିଆଁ ଲଗାଇ ପୋଡ଼ିବାକୁ ଉଦ୍ୟମ । ନିଆଁ ଲଗାଇ ଫେରାର ହୋିଯାଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି ।

ଘଟଣାସ୍ଥଳରେ ବଳଙ୍ଗା ପୋଲିସର ଛାନ ଭିନ୍‌ ।ସେପଟେ ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଭାତୀ ପରିଡା । ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଭାତୀ ପରିଡା । ଏମ୍ସରେ ନାବାଳିକାର ଚିକିତ୍ସା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା ।

Leave A Reply

Your email address will not be published.