ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଭ୍ୟାନ୍‌ରୁ ବିସ୍ଫୋରକ ଜବତ

0

ଓଡ଼ିଆ ନ୍ୟୁଜ୍: ଦୁର୍ଘଟଣଗ୍ରସ୍ତ ଗାଡ଼ିରୁ ବିସ୍ଫୋରକ ଜବତ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅଲ୍ଲିପୁର ଛକ ନିକଟରୁ ବିପୁଳ ପରିମାଣର ବିସ୍ପୋରକ ଜବତ । ପିକଅପ ଭ୍ୟାନ କଟକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡିକୁ ଧକ୍କା ଦେଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ପିକଅପରେ ବିସ୍ଫୋରକ ଥିବା ଜାଣିବାକୁ ପାଇଥିଲେ ।ଯାହାକୁ ନେଇ ହାଇୱେ ପୋଲିସକୁ ଖବର ଦେଇଥିଲେ ।

ପରେ ହାଇୱେ ପୋଲିସ ପିକଅପଟିକୁ ଜବତ କରି ସୋର ପୋଲିସକୁ ହସ୍ତାନ୍ତର କରିଛି । ଜବତ ପିକଅପଟି ଏକ ଅଜଣା ଟ୍ରକ ପଛକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ପିକଅପ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ତଦନ୍ତ କରୁଛି । ଉକ୍ତ ବିସ୍ପୋରକ ଗାଡିଟି ବାଗୁଡି ପଥର ଖଦାନକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.