ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା

0

ଓଡ଼ିଆ ନ୍ୟୁଜ୍: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା।ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଲେ ଧନଖଡ଼।ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର।ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ତତ୍କାଳ ପ୍ରଭାବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଧନଖର ।

ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ଇସ୍ତଫାପତ୍ରରେ ସେ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ ପରିଷଦ ଏବଂ ସାଂସଦମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତର ଅସାଧାରଣ ପ୍ରଗତି ଏବଂ ବିଶ୍ୱସ୍ତରୀୟ ଅଭିବୃଦ୍ଧି ଦେଖିବା ତାଙ୍କ ପାଇଁ ଗର୍ବର ବିଷୟ। ଧନଖର ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି ଯେ ଏବେ ସେ ଡାକ୍ତରୀ ପରାମର୍ଶ ଅନୁସାରେ ଏହି ନିଷ୍ପତ୍ତି ନେଉଛନ୍ତି, ତାଙ୍କ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଉଛନ୍ତି।

Leave A Reply

Your email address will not be published.