ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍: ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ । ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମ । ବିଜା ଘାଟି ନିକଟରୁ ଉଦ୍ଧାର କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନରେ ପୀଡ଼ିତାକୁ ରଖାଯାଇଛି ।

ଏନେଇ ପୀଡ଼ିତା ନାବାଳିକାର ପରିବାର ଲୋକେ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ଲାଗି ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ଖୋଜା ଖୋଜି କରିବା ପରେ ଝିଅର କୌଣସି ପତ୍ତା ମିଳିନଥିଲା ।

Leave A Reply

Your email address will not be published.