ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି

0

ଓଡ଼ିଆ ନ୍ୟୁଜ୍: ରାଜ୍ୟ ସରକାରଙ୍କ ବଡ ଘୋଷଣା। ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି। ରାଜ୍ୟର ୫୬ ନୂଆ କୋର୍ଟ ପାଇଁ ୮୪୦ ନୂଆ ପଦବୀ ସୃଷ୍ଟି ହୋଇଛି। ଗେଜେଟେଡ ଓ ଅଣଗେଜେଟେଡ୍‌ ବର୍ଗର ୮୪୦ ନୂଆ ପଦବୀକୁ ମଞ୍ଜୁରୀ କରିଛନ୍ତି ରାଜ୍ୟ ସରକାର। ଏନେଇ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଚିଠି କରିଛି ଆଇନ ବିଭାଗ।

ଏହି ନୂଆ କୋର୍ଟ ୨୩ଟି ଜିଲାରେ ସ୍ଥାପନ ହେବ। ସବୁଠୁ ଅଧିକ ମୟୂରଭଞ୍ଜ ଜିଲାରେ ୧୩ଟି କୋର୍ଟ ସ୍ଥାପନ ହେବାକୁ ଥିବାବେଳେ ରାଜ୍ୟରେ ଆଉ ୨ଟି ନୂଆ ଓଆଇଏସ୍‌ଏଫ୍‌ ବାଟାଲିୟନ ମଧ୍ୟ ସୃଷ୍ଟି ହେବ। ଦୁଇଟି ନୂଆ ବାଟାଲିୟନରେ ୧୯୪୪ କର୍ମଚାରୀ ନିଯୁକ୍ତି ପାଇବେ। ୨ ଜଣ କମାଣ୍ଡାଣ୍ଟ ଓ ୬ ଜଣ ଡେପୁଟି କମାଣ୍ଡାଣ୍ଟ ପଦବୀ ସୃଷ୍ଟି ହୋଇଛି। ଏଥିରେ ୨୫୬ ହାବିଲଦାର ଓ ୧୩୫୦ କନଷ୍ଟେବଳ ନିଯୁକ୍ତି ପାଇବେ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.