BMC ଅଧିକାରୀ ଗିରଫ

ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଗିରଫ କରିସାରିଛି ଭିଜିଲାନ୍ସ

0

ଓଡ଼ିଆ ନ୍ୟୁଜ୍: BMC ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କର ୧୪୮% ଅଧିକ ସମ୍ପତ୍ତି ଠାବ।ଆୟଠାରୁ ୧୪୮% ଅଧିକ ସମ୍ପତ୍ତି ଠୁଳ ପାଇଁ ଗିରଫ କରିସାରିଛି ଭିଜିଲାନ୍ସ।ନିର୍ବାହୀ ଯନ୍ତ୍ରୀଙ୍କର ଭୁବନେଶ୍ବରରେ ଗୋଟିଏ, ଗୁଣୁପୁରରେ ୨ଟି କୋଠା।ଭୁବନେଶ୍ବରରେ ଗୋଟିଏ ଫାର୍ମ ହାଉସ, ୩ ମୂଲ୍ୟବାନ ପ୍ଲଟ୍‌ର ମିଳିଛି ସନ୍ଧାନଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ (ବିଏମସି) ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କୁ ଗୁରୁବାର ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।ଭୁବନେଶ୍ୱରର ବିଏମସିର ନିର୍ବାହୀ ଯନ୍ତ୍ରୀ ପଟ୍ଟନାୟକଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଦନ୍ତରୁ, ତାଙ୍କ ପାଖରେ ଆୟ ଅନୁସାରେ ଅଧିକ ସମ୍ପତ୍ତି ଥିବା ଜଣାପଡ଼ିଥିଲା। ଯେଉଁଥିରେ ବିବିଏସଆରରେ ଗୋଟିଏ ଏବଂ ରାୟଗଡା ଜିଲ୍ଲା ଗୁଣପୁରରେ ଦୁଇଟି ସମେତ ୩ଟି ବହୁମହଲା କୋଠା, ଗୋଟିଏ ଫାର୍ମ ହାଉସ, ଭୁବନେଶ୍ୱରରେ ତିନୋଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୪୬୦ ଗ୍ରାମ ସୁନା, ୮୦ ଲକ୍ଷ ଟଙ୍କାରୁ ଅଧିକ ଜମା, ଗୋଟିଏ ଚାରି ଚକିଆ ଗାଡ଼ି ଗ୍ରାଣ୍ଡ ଭିଟାରା, ହରିଣ ଶିଙ୍ଗ, ଗୋଟିଏ ଦେଶୀ ବନ୍ଧୁକ ଆଦି ରହିଛି। ଏସବୁର ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରି ନଥିଲେ।

ଏହା ବ୍ୟତୀତ,୨୦୨୫-୨୬ ମସିହାର ଖୋର୍ଦ୍ଧା ବନ୍ୟପ୍ରାଣୀ ଡିଭିଜନ ଅଧୀନରେ ବାଲିପାଟଣା ଫରେଷ୍ଟ ରେଞ୍ଜରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ଧାରା(୯)(୪୯)(୫୧) ଅନୁଯାୟୀ କେସ୍ ନମ୍ବର ୩ ମାଧ୍ୟମରେ ତାଙ୍କ ବିରୁଦ୍ଧରେ ବେଆଇନ ଭାବରେ ହରିଣ ଶିଙ୍ଗ ରଖିଥିବା ନେଇ ଆଉ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି

Leave A Reply

Your email address will not be published.