ପୁରୀ ବଳଙ୍ଗା ଘଟଣାରେ ନିଷ୍କର୍ସରେ ପହଞ୍ଚିନୁ: ଏସ୍‌ପି

0

ଓଡ଼ିଆ ନ୍ୟୁଜ୍: ବଳଙ୍ଗା ନାବାଳିକା ପୋଡ଼ି ଘଟଣା ଉପରୁ ଉଠିବ କି ପରଦା । ପୋଲିସ ହାତରେ ଲାଗିଛି ଗୁରୁତ୍ବପୂର୍ଣ୍ଣ ପ୍ରମାଣ । ବଳଙ୍ଗା ନାବାଳିକା ପୋଡ଼ି ଘଟଣା ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ସେ କହିଛନ୍ତି, ବଳଙ୍ଗାରେ ଗୋଟିଏ ସ୍ପେଶାଲ ଟିମ୍ ତଦନ୍ତ ଜାରି ରଖିଛି ।ତଦନ୍ତ ପାଇଁ ସମୟ ଲାଗୁଛି । ସବୁ ଦିଗରୁ ତଦନ୍ତ ଚାଲିଛି । କୌଣସି ଖିଅ ଛଡ଼ା ଯିବନାହିଁ ବୋଲି ପୁରୀ ଏସ୍‌ପି କହିଛନ୍ତି । ଠିକ୍ ଢ଼ଙ୍ଗରେ ତଦନ୍ତ ଚାଲିଛି ।

ପୋଲିସ ହାତରେ ମୂଲ୍ୟବାନ ତଥ୍ୟ ପ୍ରମାଣ ମିଳିଛି ।ତେବେ ପୀଡ଼ିତା ଆଉ ଥରେ ବୟାନ ଦେବା ଓ କେତେ ଜଣଙ୍କୁ ଅଟକ ରଖିବା ଓ କାହାକୁ ପଚରାଉଚରା କରାଯାଇଛି ପ୍ରଶ୍ନର ଜବାବ ନଦେଇ ଏଡ଼ାଇଗଲେ ଏସ୍‌ପି ପିନାକ ମିଶ୍ର ।ତଦନ୍ତ ଚାଲିଥିବାରୁ ଏହି ପ୍ରଶ୍ନକୁ ଏଡାଇ ଯାଇଛନ୍ତି । ବଳଙ୍ଗା ଥାନାରେ ପ୍ରାୟ ଅଢ଼େଇ ଘଣ୍ଟା ରହିବା ପରେ ଗଣମାଧ୍ୟମ ଆଗରେ ଏସ୍‌ପି ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.