ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହାର୍ଡକୋର୍ ମାଓବାଦୀ ନିହତ

0

ଓଡ଼ିଆ ନ୍ୟୁଜ୍: ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ହାର୍ଡକୋର୍ ମାଓବାଦୀ ନିହତ।ଛତିଶଗଡ଼ ବିଜାପୁରରେ STF ଓ DRG ଯବାନଙ୍କ ଅପରେସନ।ଘଟଣାସ୍ଥଳରୁ ଗୋଟିଏ SLR, ଇନ୍‌ସାସ୍ ଭଳି ବନ୍ଧୁକ ଜବତ। ଏବେବି ଅପରେସନ ଜାରି ରହିଥିବା ସୂଚନା। ଓଡିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି।

ବିଶେଷ ସୂତ୍ରରୁ ବିଜାପୁର ପୁଲିସ ଖବର ପାଇ ଦକ୍ଷିଣ ପଶ୍ଚିମ ଅଂଚଳରେ ନକ୍ସଲ କ୍ୟାମ କରି ରହିଥିବା ଜାଣିବା ପରେ ପୁଲିସ ଚଢ଼ାଉ କରିଥିଲେ।ଆଜି ସନ୍ଧ୍ୟାରେ ପୁଲିସ ସହ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଘଟଣାସ୍ଥଳରେ ଯବାନ ସର୍ଚ୍ଚ ଓପେରସନ କରୁଥିବା ବେଳେ ୪ ଜଣ ନକ୍ସଲଙ୍କ ମୃତଦେହ ଜବତ କରିବା ସହ ଏସଏଲଆର, ଇନସାସ ବନ୍ଧୁକ ସହିତ ଗୁଳି ମଧ୍ୟ ଜବତ କରଯାଇଛି।

Leave A Reply

Your email address will not be published.