ଅପରେସନ ସିନ୍ଦୂର’ ବିତର୍କରେ କଂଗ୍ରେସକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଟାର୍ଗେଟ୍‌

0

ଓଡ଼ିଆ ନ୍ୟୁଜ୍: ଅପରେସନ ସିନ୍ଦୂର’ ବିତର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ମନ୍ତବ୍ୟ।ପହଲଗାମ ଆକ୍ରମଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେଇ ରଖିଲେ ମତ।ଅପରେସନ ମହାଦେବ’ରେ ନିହତ ୩ ଆତଙ୍କବାଦୀଙ୍କ ତଥ୍ୟ ଦେଲେ।ପହଲଗାମ ଆକ୍ରମଣରେ ଯେଉଁ ୩ ଆତଙ୍କୀ ଆକ୍ରମଣ କରିଥିଲେ ମୃତ। ଯେଉଁ ୩ ଆତଙ୍କବାଦୀ ଟୁରିଷ୍ଟଙ୍କୁ ମାରିଥିଲେ, ଆମେ ସେମାନଙ୍କୁ ମାରିଛୁ।ଆର୍ମି, ସିଆରପିଏଫ୍‌, ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅପରେସନରେ ସଫଳତା।ସାଧାରଣ ନାଗରିକଙ୍କୁ ଧର୍ମ ପଚାରି ପରିବାର ପରିବାର ସାମ୍ନାରେ ମାରିଥିଲେ।

ଯେଉଁମାନେ ଆତଙ୍କବାଦୀଙ୍କୁ ପଠାଇଥିଲେ ସେମାନଙ୍କୁ ଘରେ ପଶି ମାରିଲୁ। ସେପଟେ ପହଲଗାମକୁ ୩ ଆତଙ୍କବାଦୀ କେଉଁ ବାଟ ଦେଇ ଆସିଥିଲେ ଗୃହକୁ ଜଣାଇଲେ। ୨ଟି ଏକେ-୪୭ ଓ ଗୋଟିଏ କାର୍ବାଇନ ବ୍ୟବହାର କରିଥିଲେ। ପୂର୍ବତନ ଗୃହ ମନ୍ତ୍ରୀ ପି ଚଦାମ୍ବରମଙ୍କ ନାଁ ନେଇ କଂଗ୍ରେସକୁ ସିଧା ଟାର୍ଗେଟ୍‌ କଲେ।ନିପାତ ୩ ଆତଙ୍କବାଦୀ ପାକିସ୍ତାନର ବୋଲି ଚିଦାମ୍ବରମ ପ୍ରମାଣ ମାଗିଛନ୍ତି। ଅପରେସନ ସିନ୍ଦୂର’ ବିତର୍କରେ କଂଗ୍ରେସକୁ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହଙ୍କ ଟାର୍ଗେଟ୍‌।

POK ପ୍ରସଙ୍ଗ ଉଠାଇ ପୂର୍ବତନ ପ୍ରଧାନମନ୍ତ୍ରୀ ନେହରୁଙ୍କୁ ସମାଲୋଚନା କଲେ। ନେହରୁଙ୍କ ତ୍ରୁଟି ପାଇଁ POK ସୃଷ୍ଟି ହୋଇଛି ବୋଲି କହିଲେ ଅମିତ ଶାହ।ନେହରୁ ଏକ ପାଖିଆ ଯୁଦ୍ଧବିରତି ଘୋଷଣା ଯୋଗୁଁ POKର ସୃଷ୍ଟି।ସେତେବେଳେ ତତ୍‌କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ପଟେଲ ବିରୋଧ କରିଥିଲେ।

Leave A Reply

Your email address will not be published.