ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର, ଟଳିଲେ 2 ଆତଙ୍କବାଦୀ

0

ଓଡ଼ିଆ ନ୍ୟୁଜ୍:ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ପାକ୍ ଆତଙ୍କୀ ।ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ସୁରକ୍ଷାବାହିନୀ । ବୁଧବାର ଦିନ ସୁରକ୍ଷାବାହିନୀ ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଏକ ଅନୁପ୍ରବେଶ ପ୍ରୟାସକୁ ବିଫଳ କରି ୨ ପାକିସ୍ତାନୀ ଆତଙ୍କୀଙ୍କୁ ନିପାତ କରିଛନ୍ତି । ଆତଙ୍କବାଦୀ ଲୁଚିରହିଥିବା ନେଇ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

ଗତ ସୋମବାର ଦିନ ଜମ୍ମୁ ଓ କାଶ୍ମୀର ଶ୍ରୀନଗରର ମହାଦେବ ପର୍ବତ ନିକଟରେ ଲିଡୱାସ ଅଞ୍ଚଳରେ ଆତଙ୍କବାଦ ବିରୋଧରେ ଅଭିଯାନ ଚଳାଇଥିଲା । ସୋମବାର ଦିନ ପହଲଗାମ୍ ଆତଙ୍କବାଦୀ ସହ ଜଡ଼ିତ ଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାବାହିନୀ । ସୁଲେମାନ ଯିଏକି ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା । ଭାରତୀୟ ସେନାର ପକ୍ଷରୁ କରାଯାଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

Leave A Reply

Your email address will not be published.