ଓଡ଼ିଆ ନ୍ୟୁଜ୍: କାଲି ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ୬ଟି ବିଭାଗର ୭ଟିରୁ ଉଦ୍ଧ୍ୱର୍ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଅଗଷ୍ଟ ୧ରେ ଲୋକସଭା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ ଏହି ବୈଠକ । ଏହି ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର ।
ସେଥିମଧ୍ୟରେ ରାଜ୍ୟର ରାଜସ୍ୱ ନୀତିରେ କେତେକ ସଂଶୋଧନ ସହ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଛି ।ଇତିମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ କ୍ୟାବିନେଟ୍ର ୨୨ଟି ବୈଠକ ଅନୁଷ୍ଠିତ ହୋଇସାରିଲାଣି । ସେଥିରେ ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ଓ ଚାଷୀଙ୍କ ବିକାଶ ସହିତ ସରକାରି କର୍ମଚାରୀଙ୍କ ବିଭିନ୍ନ କ୍ୟାଡର ସଂଶୋଧନ ନିୟମ ଅଣାଯାଇଛି ।