ଓଡ଼ିଆ ନ୍ୟୁଜ୍: OTET ପ୍ରଶ୍ନପତ୍ର ଲିକ ମାମଲା, ୬ ଜଣ ଗିରଫ। ୬ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଜୁଲାଇ ୨୦ ରେ ହେବାକୁ ଥିବା OTET ପରୀକ୍ଷା ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଲିକ ହେବା ଫଳରେ ବିଳମ୍ବିତ ରାତିରେ ପରୀକ୍ଷାକୁ ବାତିଲ କରାଯାଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପରେ ୬ ଅଭିଯୁକ୍ତଙ୍କ ଗିରଫ କରାଯାଇଛି ।
କ୍ରାଇମବ୍ରାଞ୍ଚ ଡ଼ିଜିପି ବିନୟ ତୋଷ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ OTET ପ୍ରଶ୍ନପତ୍ର ଲିକ ମାମଲାରେ ସମ୍ପୃକ୍ତ ଥିବା ୬ ଜଣଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତଙ୍କ ଠାରୁ ପୋଲିସ ମୋବାଇଲ ଫୋନ୍ ଏବଂ ଲିକ୍ ହୋଇଥିବା ପ୍ରଶ୍ନପତ୍ର ସହିତ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଛି ।