ମାଲେଗାଓଁ ବିସ୍ଫୋରଣର ଘଟଣା, ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷ

0

ଓଡ଼ିଆ ନ୍ୟୁଜ୍: ମାଲେଗାଓଁ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ମୋଟ୍ ୭ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସ୍ୱତନ୍ତ୍ର ଏନଆଇଏ କୋର୍ଟ। ପ୍ରଜ୍ଞା ସିଂ ଠାକୁର ଓ ପ୍ରସାଦ ପୁରୋହିତଙ୍କ ସମେତ ୭ ଜଣ ଥିଲେ ଅଭିଯୁକ୍ତ।ଅସ୍ତ୍ରଶସ୍ତ୍ର ଆଇନ ଏବଂ ଅନ୍ୟାନ୍ୟ ଅଭିଯୋଗରୁ ଦୋଷମୁକ୍ତ ।୨୦୦୮ ସେପ୍ଟେମ୍ବର ୨୯ରେ ହୋଇଥିଲା ମାଲେଗାଓଁ ବିସ୍ଫୋରଣ।ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ।

ସେପଟେ NIA କୋର୍ଟଙ୍କ ରାୟ ପରେ କାନ୍ଦି ପକାଇଲେ ସ୍ବାଧ୍ବୀ ପ୍ରଜ୍ଞା।ଶେଷରେ ନ୍ୟାୟ ମିଳିଲା କହିଲେ ସ୍ବାଧ୍ବୀ ପ୍ରଜ୍ଞା। ସେ କହିଛନ୍ତି ହିନ୍ଦୁତ୍ବ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଥିଲା, ଶେଷରେ ନ୍ୟାୟ ମିଳିଲା।ତଦନ୍ତକାରୀ ସଂସ୍ଥା ଦ୍ବାରା ମୁଁ ବହୁତ ନିର୍ଯାତିତ ହୋଇଛି।୧୭ ବର୍ଷ ଧରି ଅପମାନିତ ହୋଇଛି, ଜୀବନକୁ ବରବାଦ୍ କରି ଦିଆଯାଇଛି।ଯେଉଁମାନେ ଦୋଷୀ, ଭଗବାନ ସେମାନଙ୍କୁ ଶାସ୍ତି ଦେବେ।

Leave A Reply

Your email address will not be published.