ଓଡ଼ିଆ ନ୍ୟୁଜ୍: ସାରା ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା। ତେବେ ଆଜି ୩ ଜିଲା କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ଷା ଓ ବଜ୍ରପାତ ପାଇଁ ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପଟେ ୧୭ ଜିଲା ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ଘଡ଼ଘଡ଼ି ଓ ବିଜୁଳି ଭୟ ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଅଗଷ୍ଟ ମାସରେ ଓଡ଼ିଶାରେ ବର୍ଷା ପରିମାଣ ବହୁ ମାତ୍ରାରେ କମିପାରେ । ଉପକୂଳ,ଦକ୍ଷିଣ, କେନ୍ଦ୍ରୀୟ, ଉତ୍ତର, ପଶ୍ଚିମ ସବୁଠି ବର୍ଷା କମିବ । ପଶ୍ଚିମର କିଛି ଜାଗା ଅଧିକ ଶୁଖିଲା ରହିପାରେ । କାଁ ଭାଁ ସ୍ୱାଭାବିକ ସ୍ଥିତି ରହିବ ।