ଓଡ଼ିଆ ନ୍ୟୁଜ୍: ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ ଓଟଟି।ସ୍ପେଶାଲ୍ OTET ନେଇ ବୋର୍ଡ ପକ୍ଷରୁ ସୂଚନା। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ ଓଟଟି। ସକାଳ ୯ଟାରୁ ୧୧.୩୦ ଯାଏଁ ପେପର୍-୧ ପରୀକ୍ଷା। ବୋର୍ଡ ପକ୍ଷରୁ OTET ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି।
ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ଅବଗତ କରାଯାଇଛି।ଅଗଷ୍ଟ ୨୨ରୁ ୱେବସାଇଟ୍ରେ ପରୀକ୍ଷାର୍ଥୀ ନିଜ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ଲିକ୍ ଯୋଗୁ ପୂର୍ବ ପରୀକ୍ଷା ବୋର୍ଡ ପକ୍ଷରୁ ବାତିଲ କରାଯାଇଥିଲା।