ଓଡ଼ିଆ ନ୍ୟୁଜ୍: ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର।’ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ମନୋନୀତ।ତରଙ୍ଗ ସିନେ ପ୍ରଡକସନ୍ସର ‘ପୁଷ୍କରା’ଶ୍ରେଷ୍ଠ ଓଡ଼ିଆ ଫିଲ୍ମ।ଶୁଭ୍ରାଂଶୁ ଦାଶଙ୍କ ନିର୍ଦ୍ଦେଶିତ ‘ପୁଷ୍କରା’ର ମୁଖ୍ୟ ଚରିତ୍ରରେ ସବ୍ୟସାଚୀ ମିଶ୍ର। ସମସ୍ତ ପ୍ରତୀକ୍ଷାର ଅବସାନ ଘଟାଇ ୨୦୨୩ ଗଣେଶ ପୂଜାଦିନ ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା।
ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭୀନୟ ଦର୍ଶକଙ୍କୁ ଆକର୍ଷିତ କରିଛି। କେତେବେଳ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି। ଏହା ସବ୍ୟସାଚୀ-ସୁପ୍ରିୟା ଯୋଡ଼ିଙ୍କର ପ୍ରଥମ ସିନେମା।
ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ନିଚ୍ଛକ ଅଭୀନୟ ଦର୍ଶକଙ୍କୁ ଆକର୍ଷିତ କରିଛି। କେତେବେଳ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ଆଉ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଛି।