ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ

0

ଓଡ଼ିଆ ନ୍ୟୁଜ୍: ବିଲ ମଝିରେ ପେଟ୍ରୋଲ ଢ଼ାଳି ମହିଳା ଓ ପୁରୁଷ ଆତ୍ମାହୁତି ଉଦ୍ୟମ। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରରୁଆଁ ଥାନା ଖିଚିଂ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଶୁକୃଳୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ହେଲେ ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ସକାଳ ପ୍ରାୟ ସାଢେ଼ ୮ଟା ବେଳେ କରଞ୍ଜିଆ ରରୁଆଁ ଥାନା ଖିଚିଂ ଗାଁରେ ବିଲ ମଝିରେ ଜଣେ ମହିଳା ଏବଂ ଜଣେ ପୁରୁଷ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ ।

ସେମାନଙ୍କୁ ଜଳି ଯାଉଥିବା ଦେଖି ମହିଳାଙ୍କ ଭାଇ ଓ ସ୍ଥାନୀୟ ଲୋକେ ବିଲ ମଝିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଉଭୟଙ୍କୁ ଶୁକୃଳୀ ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତ ମହିଳା ଜଣଙ୍କ ପାତା ସାହିର ଭାରତୀ ପାତ୍ର ବୋଲି ଜଣାପଡିଛି। ଅନ୍ୟ ଗୁରୁତର ପୁରୁଷ ଜଣଙ୍କ ଚିକିତ୍ସା ଜାରି ରହିଛି।

Leave A Reply

Your email address will not be published.