ଓଡ଼ିଆ ନ୍ୟୁଜ୍: OTET ପ୍ରଶ୍ନପତ୍ର ଲିକ୍ ମାମଲା; ବୋର୍ଡ ଉପସଭାପତିଙ୍କୁ ପଚରାଉଚରା।ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ପଚରାଉଚରା।କ୍ରାଇମବ୍ରାଞ୍ଚ୍ ଅଫିସ୍କୁ ଡାକି ବୋର୍ଡ ଉପସଭାପତିଙ୍କୁ ପଚରାଉଚରା। ବହୁ ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଯାଞ୍ଚ କରାଯାଇଥିବା ସୂଚନା।ଜୁଲାଇ ୨୦ରେ ହେବାକୁ ଥିବା OTET ପରୀକ୍ଷା ପୂର୍ବ ଦିନ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ବାତିଲ କରାଯାଇଥିଲା।
ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (BSE) କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମୁଖ୍ୟ ଅଭିଯୁକ୍ତ ବୋଲି ଚିହ୍ନଟ ହୋଇଛନ୍ତି। ସେ BSE ଉପାଧ୍ୟକ୍ଷଙ୍କ ଲାପଟପରୁ ପ୍ରଶ୍ନପତ୍ର ଚୋରି କରି ପେନ ଡ୍ରାଇଭରେ ସ୍ଥାନାନ୍ତର କରିଥିଲେ। ଏହାପରେ ରାୟଗଡ଼ା ଜିଲାର ଶିକ୍ଷକ ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଷୋୟୀଙ୍କ ସହ ଅନ୍ୟ ତିନି ଦଲାଲଙ୍କ ମାଧ୍ୟମରେ ପ୍ରଶ୍ନପତ୍ର ବିକ୍ରି କରାଯାଇଥିଲା।