ଓଡ଼ିଆ ନ୍ୟୁଜ୍: ସାଗରିକା ନାଥ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏସ୍ପି ନିଯୁକ୍ତ। ତୁରନ୍ତ ରିଲିଭ୍ କରିବା ପାଇଁ ମୁଖ୍ୟ ସଚିବଙ୍କୁ ଗୃହ ମନ୍ତ୍ରାଳୟର ଚିଠି। ୨୦୧୬ ବ୍ୟାଚ୍ର ଓଡ଼ିଶା କ୍ୟାଡର IPS ଅଫିସର ସାଗରିକା ନାଥ। ବର୍ତ୍ତମାନ ଖୋର୍ଦ୍ଧା ଏସ୍ପି ଭାବେ ସାଗରିକା ନାଥ କାର୍ଯ୍ୟ କରୁଛନ୍ତି। ସାଗରିକା ନାଥଙ୍କ ‘ଏନ୍ଆଇଏ’ରେ ଏସ୍ପି ନିଯୁକ୍ତି ନେଇ ଗୃହ ମନ୍ତ୍ରଣାଳୟର ସଚିବ ସଂଜୀବ କୁମାର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏହା ସ୍ପଷ୍ଟ କରିଛନ୍ତି।
ସାଗରିକାଙ୍କ ମୂଳ ଘର ଢେଙ୍କାନାଳ ଜିଲ୍ଲାରେ। ସେ କୋରାପୁଟ ଜିଲ୍ଲାର ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ରୁ ମାଟ୍ରିକ୍ ପାସ୍ କରିଥିଲେ। ବିଶାଖାପାଟଣାରେ ଯୁକ୍ତଦୁଇ ପଢ଼ିବା ପରେ ଭୁବନେଶ୍ୱରସ୍ଥିତ ସିଇଟିରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ଡିଗ୍ରି ହାସଲ କରିଥିଲେ। ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦେଇଥିଲେ। ତାଙ୍କ ବାପା ପ୍ରଦୀପ କୁମାର ନାଥ ନାଲ୍କୋରେ ଡିଜିଏମ୍ ଥିଲେ। ଦାଦା ସୁଶାନ୍ତ ନାଥ ମଧ୍ୟ ଓଡ଼ିଶା କ୍ୟାଡର୍ ଆଇପିଏସ୍।