ଓଡ଼ିଆ ନ୍ୟୁଜ୍: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶୋକ ପ୍ରକାଶ କରିଛନ୍ତି। ମୃତକାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏଥି ସହିତ ପିସିସି ସଭାପତି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି, ଏଭଳି ଘଟଣାରେ ସଂପୃକ୍ତ ଦୋଷୀକୁ କାହିଁକି ଧରାଯାଇନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ବଳଙ୍ଗା ଘଟଣାକୁ ଦୁଇ ସପ୍ତାହ ବିତିଛି। ଏତେ ଚର୍ଚ୍ଚା ହେଲା। ଅଥଚ ଆଜି ପର୍ଯ୍ୟନ୍ତ ଦୋଷୀକୁ ଆମ ଶାସନ ବ୍ୟବସ୍ଥା ଧରି ପାରିଲା ନାହିଁ। ଗୃହ ବିଭାଗ କିଭଳି ପରିଚାଳିତ ହେଉଛି ସେଥିରୁ ସ୍ପଷ୍ଟ ଜଣାପଡୁଛି। ଗୋଟି ଗୋଟି କରି ଏ ଘଟଣାକୁ କିଭଳି ଚପା ଯିବାକୁ ଚେଷ୍ଟା କରାଯାଉଛି ତାହା ଜଣାପଡୁଛି।